ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଡୁମୁସିଲ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଜଣେ ମୃତ
କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଡୁମୁସିଲ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦଶାହ କାର୍ଯ୍ୟ ପାଇଁ କନକା ଗ୍ରାମକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ। ଦୁର୍ଘଟଣାରେ ଜଣେ ଘଟଣା ସ୍ଥଳରେ ମୃତ । ମୃତକ ହେଲେ ପୋଡ଼ାପଦର୍ ଗାଁର ସିତାଇ ୱେଡକା। ଅଟୋ ଭିତରେ ଥିବା ପିରମ୍ ୱଡେକା ଓ ସୁବରଣି ୱଡେକା ଗୁରୁତର ଥିବା ଜଣା ପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଅଟୋ କୁ ଯବତ କରିବା ସହ ଏକ ମାମଲା ରୁଜୁ କରିଥିବା ଆଜି ଦିନ ୧୨ଘଣ୍ଟା ସମୟରେ ଜଣାପଡିଛି।