ସୋନପୁର: ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ହସ୍ତକ୍ଷେପ ପରେ ଏସ କଳାପଥର ରୁ ହଟିଲା ରାସ୍ତା ରୋକ
ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ହସ୍ତକ୍ଷେପ ପରେ ଏସ କଳାପଥର ରୁ ହଟିଲା ରାସ୍ତା ରୋକ l ସୂଚନା ଅନୁସାରେ ଏସ କଳାପଥର ସ୍ଥିତ ଝରଣା ବନ୍ଧର ମରାମତି ଏବଂ ଉନ୍ନତି କରଣ ନିମନ୍ତେ ପୂର୍ବ ନିଷ୍ପତି ଅନୁସାରେ ଆଜି ସକାଳ 7.30 ମିନିଟ ରୁ ଏସ ଏଚ ଜି ମାତୃଶକ୍ତି ମହାସଂଘ ଅବ କଳାପଥର ଗ୍ରାମବାସୀଙ୍କ ପକ୍ଷରୁ ସୋନପୁର ବିନିକା କଳାପଥର ଛକ ଠାରେ ରାସ୍ତା ଅବରୋଧ କରାଯାଇଥିଲା l ଘଟଣା ସ୍ଥଳରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ ନୃପରାଜ ସାହୁ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ପହଂଚି ଆନ୍ଦୋଳନକାରିଙ୍କ ଶହ ଆଲୋଚନା କରିବା ପରେ ରାସ୍ତା ଅବୋଧ୍ୟ ହଟିଛି।