ଝାରସୁଗୁଡା: ଝାରସୁଗୁଡ଼ା ମନମୋହନ ପଡିଆ ରୁ ସଙ୍କଟ ମୋଚନ ଆଖଡ଼ା କମିଟି ର ବିଶାଳ ଶୋଭାଯାତ୍ରା
ଝାରସୁଗୁଡା ରେ ପବିତ୍ର ରାମନବମୀ ମହା ଆଡମ୍ବରରେ ପାଳିତ ହୋଇଛି।ଆଜି ଝାରସୁଗୁଡା ସହର ହୋଇଥିଲା ରାମମୟ।ଯୁଆଡେ ଦେଖିଲେ ଲାଗୁଥିଲା ସତେ ଯେମିତି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଝାରସୁଗୁଡା ସହର କୁ ଓହ୍ଲାଇ ଆସିଛନ୍ତି।ରାମନବମୀ ଅବସରରେ ସହରର ସଙ୍କଟ ମୋଚନ ଆଖଡା କମିଟି ପକ୍ଷରୁ ଆଜି ଅପରାହ୍ନ ୪ ଟା ୩୦ ରେ ଭବ୍ୟ ଆଖଡା ର ପ୍ରଦର୍ଶନ କରାଯାଇଥିଲା ଏହି ଅବସରରେ ଝାରସୁଗୁଡ଼ା ର ପୂର୍ବତନ ବିଧାୟିକା ଦୀପାଳୀ ଦାସ ପ୍ରତିକ୍ରିୟା ରଖିଛନ୍ତି