ଦେବଗଡ: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ପଞ୍ଚମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
ଦେବଗଡ଼ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଆଜି ପଞ୍ଚମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟା ପ୍ରାୟ ୫ପର୍ଯ୍ୟନ୍ତ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରତିଷ୍ଠାନର ଅଧ୍ୟକ୍ଷ ସନ୍ତୋଷ କୁମାର ଗୌଡ଼ କାର୍ଯ୍ୟକ୍ରମକୁ ଉଦଘାଟନ କରି ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରାଇଥିଲେ।ବୈଠକର ପ୍ରଥମ ପର୍ଯ୍ୟୟରେ ଶିକ୍ଷକ ପ୍ରଶିକ୍ଷିକା ସୁରମା ମିର୍ଦ୍ଧା ପୂର୍ବ ମାସିକ ବୈଠକ ବିଷୟ ବସ୍ତୁର ଆଲୋଚନା କରିବା ସହ ଶିଶୁ ବାଟିକା, ପ୍ରଥମ, ଦ୍ଵିତୀୟ, ତୃତୀୟ ଶ୍ରେଣୀର ନଭେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର ସମ୍ପର୍କରେ ଆଲୋକପାତ କରାଇଥିଲେ।