ଜୟପୁର: ମଣ୍ତିରେ ବିକ୍ରି କରିଥିବା ଧାନ ଟଙ୍କା ପାଇନଥିବା ଯୋଗୁଁ ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟର ଦ୍ବାରସ୍ଥ ଚିତ୍ରା ଗ୍ରାମର ଚାଷୀ
ମଣ୍ତିରେ ବିକ୍ରି କରିଥିବା ଧାନ ଟଙ୍କା ପାଇନଥିବା ଯୋଗୁଁ ଆଜି ଅପରାହ୍ନ 1 ଘଣ୍ଟା ସମୟରେ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଜଣେ ଚାଷି। ଚିତ୍ରା ଗ୍ରାମର କୃଷ୍ଣ କମାର ଗତ ୪ମାସ ପୂର୍ବେ ଚିତ୍ରା ମଣ୍ତିରେ ୩୭ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ। କିନ୍ତୁ ଲ୍ୟାମ୍ପ ଦାଇତ୍ବରେ ଥିବା ଡାଟା ଏଣ୍ଟ୍ରି ଅପରେଟର ବ୍ୟାଙ୍କ ଆଇଏଫଏସସି କୋର୍ଡ ଭୁଲ ନମ୍ବର ଦେଇଥିବା ଯୋଗୁଁ କୃଷ୍ଣଙ୍କ ୧ଲକ୍ଷ ୧୪ ହଜାର ଟଙ୍କା ଏକାଉଣ୍ଟକୁ ଆସିନାହିଁ। କୃଷ୍ଣ ସିଏସଓ ଅଫିସ ବାରମ୍ବାର ଯାଇ ଅଭିଯୋଗ କରିଥିଲେ କିଛି ସୁଫଳ ମିଳିନଥିଲା ଆଜି ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହୋଇଛନ୍ତି l