ଜୟପୁର: ଶାଶୁଙ୍କୁ ଆକ୍ରମଣ ମାମଲା ସୌରାଗୁଡା ରୁ ଅଭିଯୁକ୍ତ ଜ୍ୱାଇଁ କୁ ଗିରଫ କରିଛି ଜୟପୁର ସଦର ପୋଲିସ
ଜୟପୁର ସଦରଥାନା ଅନ୍ତର୍ଗତ ସଉରାଗୁଡା ଗ୍ରାମରେ ଶାଶୁକୁ ଆକ୍ରମଣ କରିଥିବା ଅଭିଯୋଗରେ ସଦରପୁଲିସ ଜ୍ବାଇଁ କୁ ଗିରଫ କରିଛି। ଗତକାଲି ସଉରାଗୁଡା ଗ୍ରାମର ହିରାମଣୀ ହରିଜନଙ୍କୁ ତାଙ୍କ ଜ୍ବାଇଁ ଖଗପତି ହରିଜନ ମଦ ପିଇ ବିନା କାରଣରେ ଗାଳି ଗୁଲଜ କରିବା ସହ ଏକ ଲାଠି ସାହାର୍ଯ୍ୟରେ ଜୀବନରେ ମାରିଦେବା ପାଇଁ ଉଦ୍ୟମ କରିଥିବା ବେଳ କାନରେ ବାଜିଥିଲା। ଏନେଇ ହିରାମଣୀ ଲିଖିତ ଅଭିଯୋଗ ଦେବା ପରେ ସଦର ପୁଲିସ ଅଭିଯୁକ୍ତ ଖଗପତି ହରିଜନକୁ ଗିରଫ କରି ଆଜି ସଂନ୍ଧ୍ୟା 5ଟାରେ କୋର୍ଟ ଚାଲାଣ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।