ବାମରା ବ୍ଲକ ଅନ୍ତର୍ଗତ ଗଡ଼ପୋଷ ଠାରେ କାନ୍ଥ ଭୁଶୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗଡପୋଷ ନିବାସୀ ସତିଶ ମିଶ୍ର ନିଜ ନୂତନ ଘର ନିର୍ମାଣ ପାଇଁ ପୁରୁଣା ଘର କୁ ଭାଙ୍ଗିବା ପାଇଁ କେତେକ ଶ୍ରମିକଙ୍କୁ ନିୟୋଜିତ କରିଥିଲେ। ଶନିବାର କାନ୍ଥ ଭଙ୍ଗା କାମ ଚାଲିଥିବା ବେଳେ ଏକ ବଡ଼ କାନ୍ଥ ଭାଙ୍ଗି ପଡ଼ିବା ରୁ ଏଥିରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଶ୍ରମିକ ଜଣକ କିନାବଗା ପଞ୍ଚାୟତ ଅନ୍ତର୍ଗତ କୋଲବାହାଲ ଗ୍ରାମର ବୁଧୁରାମ୍ କୂଜୁର ବୋଲି ଜଣାପଡିଛି।