ସୋମବାର ଦିନ ପ୍ରାୟ ୧୨ ଟାରେ ବାରିପଦା ପୌରପାଳିକା କାର୍ଯ୍ୟାଳୟ ପରିସରରେ ବାରିପଦା ସହରାଞ୍ଚଳ ଅନ୍ତର୍ଗତ ୨୮ଟି ୱାର୍ଡରେ ଆଦ୍ୟାବଧି ଚିହ୍ନିତ ହୋଇଥିବା ନୂତନ ଯୋଗ୍ୟ ବିବେଚିତ ହିତାଧିକାରୀ ମାନଙ୍କୁ ନୂତନ ରାସନ କାର୍ଡ ବଣ୍ଟନ ନିମନ୍ତେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ।