ରେଢ଼ାଖୋଲ ମିନି ଷ୍ଟାଡିୟମରେ ସାଂସଦ ଖେଳକୁଦ ମହୋତ୍ସବ ଉଦଘାଟିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ମିନି ଷ୍ଟାଡିୟମରେ ଗୁରୁବାର ସକାଳେ ପ୍ରଥମ ଦିନର ସାଂସଦ ଖେଳକୁଦ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ଉଦଘାଟନି ଉସ୍ଚବରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ , ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ସେନାପତି , ତହସିଲଦାର ରାମ ଗୋବିନ୍ଦ ପରିଡ଼ା , ବ୍ଳକ ଶିକ୍ଷା ଅଧିକାରୀ ରଞ୍ଜିତ ଭୋଇ , ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଞ୍ଜନ ମାର୍ଥା , ଏନଏସି ଅଧ୍ୟକ୍ଷ ଶିବରାମ ସାହୁ , ଉପାଧ୍ୟକ୍ଷା ଅନୁସୟା ପ୍ରଧାନ l