ଗୋବିନ୍ଦପୁର: ଗୋବିନ୍ଦପୁର ଥାନା ନିକଟରେ ୨ ବାଇକ୍ ମୁହାମୁହିଁ ଧକ୍କା, ପୋଲିସ କର୍ମଚାରୀ ଙ୍କ ସମେତ ୨ ଜଣ ହାତ
ବାମରା ସ୍ଥିତ ଗୋବିନ୍ଦପୁର ଥାନା ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଏଥିରେ ଜଣେ ପୁଲିସ କର୍ମଚାରୀ ଙ୍କ ସହ ଅନ୍ୟ ଜଣେ ଯୁବକ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗୋବିନ୍ଦପୁର ଥାନା ରେ କାର୍ଯ୍ୟରତ ହୋମଗାର୍ଡ ମେଘ ଗୋପାଲ ସୋମବାର ରାତି ପ୍ରାୟ ୧୦ ଟା ସମୟରେ ଏକ ବାଇକ୍ ଯୋଗେ ଥାନା କୁ ଆସୁଥିବା ବେଳେ ଥାନା ସାମନା ରେ ବାଇକ୍ ରେ ଥିବା ମୁଣ୍ଡାଢ଼ିପା ଗ୍ରାମର ସୁରଜ୍ ସିଙ୍ଗ ଙ୍କ ସହ ତାଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ବାଇକ୍ ଚାଳକ ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା।