କଟକ ପୌରାଞ୍ଚଳ: ମଙ୍ଗଳବାର କଟକ କମିସନରେଟ ପୁଲିସ ଅନ୍ତର୍ଗତ ମାର୍କତନଗର ଅଞ୍ଚଳରେ ପୁଲିସ ଓ ପ୍ରଶାସନିକ ମିଳିତ ଟିମ୍ ଚଢ଼ଉ କରିଛି।
ମଙ୍ଗଳ ବାର ରାତି ୮ଟାରେ କଟକ କମିସନରେଟ ପୁଲିସ ଅନ୍ତର୍ଗତ ଜୋନ୍-୩ ଓ ଜୋନ୍-୬ର ପୁଲିସ ଓ ପ୍ରଶାସନିକ ମିଳିତ ଟିମ୍ ଚଢ଼ଉ କରିଛି। ସ୍କୁଲ୍-କଲେଜ ନିକଟରେ ଥିବା ଦୋକାନରେ ଗୁଟ୍ଖା, ବିଡ଼ି, ପାନ ମସଲା ଓ ସିଗାରେଟ୍ ବିକ୍ରି ହେଉଥିବା ନେଇ ଚଢ଼ଉ ବେଳେ ଦେଖିବାକୁ ମିଳିଥିଲା। ଚଢଉ ପରେ ୪ ଦୋକାନକୁ ସିଲ୍ କରିଦିଆଯାଇଛି।