ପଦ୍ମପୁର: ପାଇକମାଲ ବ୍ଲକ ରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ
ଆଜି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପାଇକମାଲ ଧର୍ମଶାଳା ଠାରେ କେନ୍ଦ୍ର ସରକାରଙ୍କ RVY ଯୋଜନା ଓ ରାଜ୍ୟ ସରକାରଙ୍କ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆଜି ବୁଧବାର ସକାଳ 10 ଟା 30 ମିନିଟ ସମୟ ପାଖା ପାଖି ରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ପରେ ଅନ୍ୟ ଏକ ପାଇକମାଲ ବ୍ଲକ ପଲସଦା ଗ୍ରାମରେ ଆୟୁସମାନ ଆରୋଗ୍ୟ ମନ୍ଦିର ର ଉଦଘାଟନୀ କାର୍ଯ୍ୟକ୍ରମ ରେ ଯୋଗଦେଇ ଶୁଭ ଉଦଘାଟନ କରିବା ସହ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ