କଟକ ପୌରାଞ୍ଚଳ: ମଧୁପାଟଣା ଅଞ୍ଚଳରୁ ଜଣେ କୁଖ୍ୟାତ ଠକକୁ ଗୁରୁବାର ଗିରଫ କରିଛି ମଧୁପାଟଣା ଥାନା ପୁଲିସ।
ଜଣେ କୁଖ୍ୟାତ ଠକକୁ ଗୁରୁବାର ସନ୍ଧ୍ୟା ୭ ଟାରେ ଗିରଫ କରିଛି ମଧୁପାଟଣା ଥାନା ପୁଲିସ। ଅଭିଯୁକ୍ତଜଣକ ହେଲା ମଧୁପାଟଣା ଅଭିରାମ ମଠ ନିକଟରେ ରହୁଥିବା ପୁରୀ ଜିଲା ସତ୍ୟବାଦୀର ମାରୁତ ପ୍ରଧାନ(୨୪)। ଋଣ କରାଇଦେବା ନାଁରେ ସେ ସଂଖ୍ୟାଧିକ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିନେଇଥିଲା।