ଆଜି ସକାଳେ, ମାଣ୍ଡାଲିଆ ପୋଖରୀର କୂଅ ନିକଟରେ ଜଣେ ଯୁବକଙ୍କ ମୃତଦେହ ମିଳିବା ପରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ, ଯାହା ପରେ ଅଗ୍ନିଶମ ବାହିନୀର ଏକ ଦଳ ସହାୟତାରେ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକଙ୍କ ନାମ ପ୍ରଶାନ୍ତ ସାହୁ (୨୮ ବର୍ଷ), ସେ ମାଣ୍ଡାଲିଆ ଷ୍ଟାଡିୟମ ପଡ଼ାର ବାସିନ୍ଦା ଭାସ୍କର ସାହୁଙ୍କ ପୁଅ ବୋଲି ଚିହ୍ନଟ କରାଯାଇଛି। ପ୍ରଶାନ୍ତ ଜାନୁଆରୀ ୮ ତାରିଖରୁ ଘରୁ ନିଖୋଜ ଥିଲେ ଏବଂ ଜାନୁଆରୀ ୧୨ ତାରିଖରେ ଓରିଏଣ୍ଟ ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା।