ପୋଲସରା: ପବିତ୍ର କାର୍ତ୍ତିକ ମାସର ଚତୁର୍ଥ ସୋମବାରରେ ବୁଦ୍ଧଖୋଲ ଶୈବପୀଠରେ ଭକ୍ତଙ୍କ ଭିଡ଼
ଧର୍ମ ମାସ କାର୍ତ୍ତିକ ର ଆଜି ହେଉଛି ଚତୁର୍ଥ ତଥା ଶେଷ ସୋମବାର l ତେଣୁ ବିଭିନ୍ନ ଶୈବ ପୀଠରେ ରେ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ନିକଟ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ଚଳଚଞ୍ଚଳ ହୋଇ ଉଠିଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ବଡି ସକାଳୁ ହିଁ ବୁଦ୍ଧଖୋଲ ଅଭିମୁଖେ ଭକ୍ତଙ୍କ ସୁଅ ଛୁଟିଥିଲା । ଶ୍ରଦ୍ଧାଳୁ ମାନେ ବୁଦ୍ଧଖୋଲ ପାହାଡ଼ରେ ବିରାଜମାନ ଜଗଦେଶ୍ଵର ସ୍ଵାମୀ, ଗଙ୍ଗାଧର ସ୍ଵାମୀ, ମକରେଶ୍ଵର ସ୍ଵାମୀ,ବୁଦ୍ଧେଶ୍ଵର ସ୍ଵାମୀ ଓ ସିଦ୍ଧେଶ୍ଵର ସ୍ଵାମୀ ଆଦି ପଞ୍ଚ ଶମ୍ଭୁଙ୍କ ଦର୍ଶନ କରିଥିଲେ l