ବଲାଙ୍ଗୀର ସୁଦପଡା ଠାରେ ଥିବା ହନୁମାନ ମନ୍ଦିର ପରିସରରେ ନୂତନ ଭାବେ ରାମଲାଲା ମନ୍ଦିର ପ୍ରତିଷ୍ଠା ପାଇଁ ପରିକ୍ରମା ରଥର ଶୁଭ ଉଦ୍ଘାଟନ କରାଯାଇଛି। ରାମଲାଲା ହନୁମାନଜୀ ମନ୍ଦିର ପ୍ରତିଷ୍ଠା କମିଟି ପକ୍ଷରୁ ଆଜି ପୂଜା ଅର୍ଚ୍ଚନା ପରେ ଭବ୍ୟ ରଥଯାତ୍ରା ସହର ପରିକ୍ରମା କରି ଆୟୋଜିତ ହୋଇଥିଲା। ଆଗାମୀ ୧୭ ତାରିଖ ଠାରୁ ଶ୍ରୀରାମଲାଲା ଓ ହନୁମାନଜୀଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠାନ ପରମପୂଜ୍ୟ ମହନ୍ତ ଶ୍ରୀ ଚିନ୍ମୟ ଦାଶ ମହାରାଜଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହେବ।