ରେଢାଖୋଲ: ଗୁଡାପାଲ ଗ୍ରାମରେ ୧୫ ଟିକିଆ ହାତୀ ପଲ ଉପଦ୍ରବ
ଗୁଡାପାଲ ଗ୍ରାମରେ ୧୫ ଟିକିଆ ହାତୀ ପଲ ଉପଦ୍ରବ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ଟାମ୍ପରଗଡ ପଞ୍ଚାୟତ ଅନ୍ତର୍ଗତ ଗୁଡାପାଲ ଗ୍ରାମରେ ଶନିବାର ରାତିରେ ହାତୀ ଉପଦ୍ରବ ରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ୧୫ ଟିକିଆ ହାତୀ ପଲ ଆସି ଗ୍ରାମର ୨ ଏକର ରୁ ଅଧିକ ଧାନ ଫସଲ ଖାଇବା ସହ ମାଡିଦଳି ନଷ୍ଟ କରିଦେଇଛନ୍ତି । ଖବର ପାଇ ବନବିଭାଗ ପହଂଚି ହାତୀ ପଲ ଙ୍କୁ ବାଣ ଫୁଟାଇ ଜଂଗଲ ଭିତରକୁ ଘୋଉଡାଇ ଦେଇଛନ୍ତି । କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବାକୁ ଚାଷୀ ମାନେ ଦାବି କରିଛନ୍ତି ।