ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଇଗଣବାଡ଼ି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।ବାଇକ୍ ସହ ମାଲବୋଝଇ ଗାଡି ଧକ୍କା ହେବା ଫଳରେ ବାଇକ୍ ଆରୋହୀ ଜଣକ ମୃତ୍ୟୁ ଘଟିଛି ।ବୁଧବାର ସଂଧ୍ୟାରେ ଏଭଳି ଏକ ଦୁର୍ଘଟଣା ଘଟିଥିବା ବେଳେ ଏଯାବତ ମୃତ ବାଇକ ଆରୋହୀଙ୍କର ପରିଚୟ ସ୍ପଷ୍ଟ ହୋଇନାହିଁ।