ଆଜି ହେଉଛି ଅନ୍ତର୍ଜାତୀୟ ମାନବ ଅଧିକାର ଦିବସ। ଏହି ଦିନ ରାଜ୍ୟରେ ‘କାରାଗାର ସ୍ଥାପନ ଦିବସ’ ପାଳନ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ଏହି ପରିପ୍ରେକ୍ଷୀରେ ଛତ୍ରପୁର ଉପକାରାଗାର ପରିସରରେ ଆଜି ଏହି ଉତ୍ସବ ପାଳିତ ହୋଇଯାଇଛି। ବୁଧବାର ମଧ୍ୟାହ୍ନରେ ଏନେଇ ଉପ କାରାଗାରରେ ଏକ ନିଆରା ପରିବେଶ ଦେଖିବାକୁ ମିଳିଥିଲା। ମା ତୁଜେ ସଲାମ ଗୀତର ତାଳେ ତାଳେ ଅନ୍ତେବାସୀ ମାନେ ନାଚିବା ସହିତ ଦେଶମାତୃକାକୁ ସମ୍ମାନ ଜଣାଇଛନ୍ତି।