ରେଢ଼ାଖୋଲ ପ୍ରେସ କ୍ଲବ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପ୍ରେସ କ୍ଲବ ଠାରେ ରବିବାର ସଂଧ୍ୟାରେ ଓଡ଼ିଶା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଗଣ ମାଧ୍ୟମ ଓ ଡିଜିଟାଲ ଗଣ ମାଧ୍ୟମ ଶିର୍ଶକ କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ପ୍ରସନ୍ନ ପ୍ରଧାନ ଙ୍କ ଅଧ୍ୟକ୍ଷତା ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ଯୋଗଦେଇ ଗଣ ମଧ୍ୟମ ଓ ଡିଜିଟାଲ ଗଣ ମାଧ୍ୟମ ବିଷୟରେ ଆଲୋକପାତ କରିଥିଲେ । ଶେଷରେ ସଂପାଦକ ସରୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।