ଜୁଜୁମୁରା: ସାପଡଗର ଗ୍ରାମରେ ହାତୀ ଆକ୍ରମଣରେ ଚାଷୀ ମୃତ
ସାପଡଗର ଗ୍ରାମରେ ହାତୀ ଆକ୍ରମଣରେ ଚାଷୀ ମୃତ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ କଂସର ପଞ୍ଚାୟତ ଅନ୍ତର୍ଗତ ସାପଡଗର ଗ୍ରାମରେ ଶୁକ୍ରବାର ରାତି ୯ ଟା ସମୟରେ ହାତୀ ଆକ୍ରମଣରେ ଜଣେ ଧାନ ଚାଷୀ ଙ୍କ ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣକ ହେଲେ ଇସ୍ରାଏଲ ଲୁଗୁନ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ହାତୀ ପଲ ଆସି ଧାନ ଫସଲ ଖାଇବା ସହ ନଷ୍ଟ କରୁଥିବାରୁ ଇସ୍ରାଏଲ ଲୁଗୁନ ତାଙ୍କ ଚାଷ ଜମିକୁ ଧାନ ଜଗିବା ପାଇଁ ଯାଇଥିଲେ । ହେଲେ ହଠାତ୍ ହାତୀ ହାବୁଡରେ ପଡ଼ିଯାଇଥିଲେ । ଫଳରେ ହତୀ ଆକ୍ରମଣ କରିଥିଲା । ଖବର ଗ୍ରାମବାସୀ ମାନେ ଉଦ୍ଧାର କରି ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।