ମଣ୍ଡଳା ଚିତ୍ରକଳା ଦ୍ବାରା ଖାଟୁ ଶ୍ୟାମ ବାବା ଙ୍କ ଚିତ୍ର ଆଙ୍କି ବାମରା ର ଝିଅ ନ୍ୟାସା ଇଣ୍ଡିଆ ବୁକ୍ ଅଫ ରିକୋର୍ଡ ରେ ସ୍ଥାନ ପାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ବାମରା ଷ୍ଟେସନ ବସ୍ତିର ଆରତୀ ଅଗ୍ରୱାଲ ଙ୍କ ଝିଅ ନ୍ୟାସା ଜଣେ ଭଜନ ଗାୟିକା ଥିବା ବେଳେ ତାଙ୍କ ପାଖରେ ଅନେକ ପ୍ରତିଭା ରହିଛି। ତାଙ୍କ ମଣ୍ଡଳା ଆର୍ଟ ରେ ବେଶ ରୁଚି ଥିବା ନେଲେ ସେ ଗୋଟିଏ ପେନ୍ସିଲ ରୁ ଖାଟୁ ଶ୍ୟାମ ବାବା ଙ୍କ ଚିତ୍ର ଆଙ୍କି ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇଛନ୍ତି।