କୋଟପାଡ: ଦାନ୍ଦରଖାଲ ଗାଁ ରେ ଭଙ୍ଗା ଦଦରା କୁଡ଼ିଆରେ ପଲିଥିନ ତଳେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ l #jansamasya
Kotpad, Koraput | Oct 19, 2025 ଭଙ୍ଗା ଦଦରା କୁଡ଼ିଆରେ ପଲିଥିନ ତଳେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ l ଏମାନଂକ ପାଇଁ ଆବାସ ଯୋଜନା ସତେ ଜେମିତି ସାତ ସପନ l ପରିଣତ ବୟସରେ ଘର ଖଣ୍ଡିଏ ପାଇଁ ଦମ୍ପତି କରିଛନ୍ତି ଆକୁଳ ନିବେଦନ l ଏଭଳି ଘଟଣା ଦେଖିବାକୁ ମିଳିଛି ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ପଂଚାୟତର ଦାନ୍ଦରଖଲ ଗାଁ ରେ l ଆଜି ଅପରାହ୍ନ ୨ଟା ସମୟରେ ଘର ପାଇଁ ନିବେଦନ କରିଛନ୍ତି ବୃଦ୍ଧ ଦମ୍ପତି l ଗାଁ ର ବୃଦ୍ଧ ଦଂପତି ସୁନାଧର ଖିଲ ଏବଂ ପତ୍ନୀ ନୟନା ଖିଲଙ୍କ ଅସହାୟ ଅବସ୍ଥାରେ କାଟୁଛି ଜୀବନ l ଦୃଷ୍ଟି ବାଧିତ ପତ୍ନୀଙ୍କୁ ନେଇ ଦୟନୀୟ ଅବସ୍ଥାରେ ପଡିରହିଛନ୍ତି ସୁନାଧାର l