ସୋର: ତଳନଗର ମୋନାଲି ଢାବାରେ ପୁଲିସର ଚଢ଼ାଉ, ବିଦେଶୀ ମଦ ଜବତ ସହ ଜଣେ ଗିରଫ
Soro, Balasore | Sep 16, 2025 ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଥିବା ମୋନାଲି ଢାବାରେ ସୋର ପୁଲିସ ଚଢ଼ାଉ କରି ବିଦେଶୀମଦ ଜବତ କରିବା ସହିତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋର ଥାନାଧିକାରୀ ସୁଦୀପ୍ତ ସାହୁଙ୍କ ନିର୍ଦ୍ଧେଶରେ ସୋର ଥାନା ଏସଆଇ ଶୁଭସ୍ମିତା ପାଲ ଗତକାଲି ରାତିରେ ଏହି ଢ଼ାବା ଉପରେ ଚଢାଉ କରି ୧୨ ଲିଟର ବିଦେଶୀ ମଦ ଜବତ କରିବା ସହିତ କୁଡେ଼ଇ ଗ୍ରାମର ମାୟାଧର ସେଠୀକୁ ଗିରଫ କରିଥିଲେ। ଏ ବାବଦରେ ସୋର ଥାନାରେ ୭୫୦/୨୫ ରେ ଏକ ମାମଲା ରୁଜ୍ଜୁ କରି ଆଜି ଅପରାହ୍ନରେ ସୋର ମେଡ଼ିକାଲରେ ତାର ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।