ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ବଲାଙ୍ଗିର ଜିଲ୍ଲା ନ୍ୟାୟାଳୟ ସମେତ ସମସ୍ତ ତାଲୁକ ଓ ତୁଷୁରା କୋର୍ଟରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ନ୍ୟାୟାଧିଶ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ମଳୟ ରଂଜନ ଦାଶଙ୍କ ଉପସ୍ଥିତିରେ ଲୋକ ଅଦାଲତ ପରିଚାଳିତ ହୋଇଥିଲା। ଏଥିରେ ବିଭିନ୍ନ ନ୍ୟାୟାଧିଶ, ଅଧିବକ୍ତା, ବ୍ୟାଙ୍କ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଭାଗ ନେଇ ବହୁ ମାମଲାର ସମାଧାନ କରିଥିଲେ।