ରେମୁଣା: ଭାରତୀୟ ଜନତା ଯୁବ ମୋର୍ଚ୍ଚା, ରେମୁଣା ତରଫରୁ ରେମୁଣା ଗୋଲେଇ ଠାରେ ରାହୁଲ ଗାନ୍ଧି ଏବଂ ଭକ୍ତ ଦାସଙ୍କ କୋଷପୁତ୍ତୋଳିକା ଦାହ
ମଙ୍ଗଳବାର ଅପରାହ୍ନ ୫ ଘଟିକା ସମୟରେ ରେମୁଣା ଗୋଲେଇ ନିକଟରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା, ରେମୁଣା ତରଫରୁ କଂଗ୍ରେସ ବିରୋଧରେ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦୁଷ୍କର୍ମକାରୀ ଛାତ୍ର କଂଗ୍ରେସ ସଭାପତି ଙ୍କ ବିରୋଧରେ ଏବଂ ଦୁଷ୍କର୍ମକାରୀଙ୍କୁ ପ୍ରସ୍ୱାହନ ଦେଉଥିବା କଂଗ୍ରେସ ନେତାଙ୍କ ବିରୋଧରେ ଏହି ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଭକ୍ତ ଦାସଙ୍କ କୋଷପୁତ୍ତୋଳିକା ଦାହ କରାଯାଇଥିଲା।