ଟିଟିଲାଗଡ: ଟିଟିଲାଗଡ଼ ବ୍ଲକର ପରାସରା ଗ୍ରାମ ପଞ୍ଚାୟତର ପଲି ଗାଁ ଘିଶରୀପଡା ପ୍ରାଥମିକ ବିଦ୍ୟାଳୟକୁ ପୁନର୍ବାର ଆରମ୍ଭ କରିବାକୁ ଦାବି
ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ପରାସରା ଗ୍ରାମ ପଞ୍ଚାୟତର ପଲି ଗାଁ ଘିଶରିପଡ଼ା ପ୍ରାଥମିକ ବିଦ୍ୟାଳୟକୁ କମ ଛାତ୍ର ଛାତ୍ରୀ ଥିବାରୁ ସରକାରି ନିୟମ ଅନୁସାରେ ଏହି ଗ୍ରାମର ବିଦ୍ୟାଳୟକୁ ବନ୍ଦ କରି ଦେଇଥିଲେ। ତେବେ ଆଜି କଂଗ୍ରେସ ନେତା ବିରେନ୍ଦ୍ର ବାଗ ଏହି ଗ୍ରାମର ବିଦ୍ୟାଳୟକୁ ପୁନଃ ଖୋଲିବାକୁ ଦାବି କରିଛନ୍ତି। ଗ୍ରାମବାସୀଙ୍କ ସହ ଆଲୋଚନା ପରେ ଏହି ଦାବି କରିଛନ୍ତି ଶ୍ରୀଯୁକ୍ତ ବିରେନ୍ଦ୍ର ବାଗ।