ପଦ୍ମପୁର: ସିବିଏସଇ ପରୀକ୍ଷା ଫଳାଫଳ ବିରୋଧରେ ସହରରେ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ
CBSE ପରୀକ୍ଷା ରେ ପଦ୍ମପୁର ଉପଖଣ୍ଡ ର ଛଅ ଗୋଟି ବିଦ୍ୟାଳୟ ର ଫଳାଫଳ ପ୍ରକାଶନ ରେ ଘୋର ଅନ୍ୟାୟ ଓ ଅବିଚାର ବିରୋଧରେ, ଆଜି ପଦ୍ମପୁର ଠାରେ ମିଳିତ ଅଭିଭାବକ ମଞ୍ଚ ପକ୍ଷ ରୁ ସ୍ଥାନୀୟ ଗୋରୁବଜାର ରୁ ଏକ ବିରାଟ ଶୋଭାଯାତ୍ରା ବାହାରି ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚି ୧୨ଟା ୨୦ ମିନିଟ ସମୟରେ ଛାତ୍ର ଛାତ୍ରୀ ଙ୍କ ଫଲାଫଳ ତୁରନ୍ତ ପ୍ରକାଶ କରିବା ସହ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପଦ୍ମପୁର ଉପଜିଲ୍ଲାପାଳ ସ୍ନେହା ଅରୁଗୁଲା ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା