ସୂଚନା ଅନୁସାରେ ଆଜକୁ 6 ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସାରାଶମାଲ ମଣ୍ଡିରେ ଧାନର ଅଭାବୀ ବିକ୍ରି ଏବଂ ଟୋକନ ସମସ୍ୟା ଓ ବିନା କଟଣୀ ଛଟଣୀରେ ଧାନ କିଣାକୁ ନେଇ ଅଂଚଳର ଚାଷୀ ସନପୁର ବରଗଡ଼ ମୁଖ୍ୟ ରାସ୍ତାର ସାରାଶମାଲ ରାସ୍ତାରେ ଧାନ ବୋଝେଇ ଟ୍ରାକ୍ଟର ରଖି ରାସ୍ତା ଉପରେ ଆନ୍ଦୋଳନ ଜାରି ରଖିଛନ୍ତି l ଏପରିକି ରାଜ ରାସ୍ତା ଉପରେ ରୋଷେଇ କରି ଖାଇ ଦାବି ହାସଲର ଅଭିନଵ ପ୍ରୟାସ କରିଛନ୍ତି l ଚାଷୀଙ୍କ ଏହି ଆନ୍ଦୋଳନ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେଉଥିବା ବେଳେ, ଦୀର୍ଘ 6 ଦିନ ବିତି ଯାଇଥିଲେ ଶୁଦ୍ଧା ସମସ୍ୟାର ସମାଧାନ ନିମନ୍ତେ ପ୍ରଶାସନିକ ତତ୍ପରତା