ବଲାଙ୍ଗୀର। ସ୍ଥାନୀୟ ବିଯା ଖମନ ନିକଟରେ ଆଜି ଏକ ବାଇକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାରେ ଦୁଇ ଯୁବକ ଆହତ ହୋଇଥିବାବେଳେ ସେମାନଙ୍କୁ ତୁରନ୍ତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ କୁ ଭର୍ତ୍ତି କରାଯାଇଛି। ଆହତ ଯୁବକମାନେ ଦେଓଗାଁ ଅଞ୍ଚଳ ର ହୋଇଥିବା ଜଣାପଡିଛି। ଘଟଣାସ୍ଥଳକୁ ଆମ୍ବୁଲାନ୍ସ କର୍ମଚାରୀ ମାନେ ପହଂଚି ଉଭୟ ଙ୍କୁ ଉଦ୍ଧାର କରି ଆଜି ରାତି ପ୍ରାୟ ୯ଟା ସମୟରେ ମେଡିକାଲ ରେ ଭର୍ତ୍ତି କରି ଥିବା ଜଣା ପଡିଛି ତେବେ ତୀବ୍ର ଗତି ରେ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟି ଥିବା ଚର୍ଚ୍ଚା ହେଉଛି