ବଲାଙ୍ଗୀର: ଫଟା ବାହାଲ ରୋଡ଼ ନିକଟରେ ବାଇକ ଦୁର୍ଘଟଣା ଜଣେ ଗୁରୁତର ଭୀମ ଭୋଇ ମେଡିକାଲ ରେ ଭର୍ତ୍ତି
ଫଟା ବାହାଲ ରୋଡ଼ ନିକଟରେ ବାଇକ ଦୁର୍ଘଟଣା ଜଣେ ଗୁରୁତର ବଲାଙ୍ଗୀର: ଫଟା ବାହାଲ ରୋଡ଼ ରେ ଆଜି ରାତି ସମୟରେ ଘଟିଛି ଏକ ବାଇକ ଦୁର୍ଘଟଣା। ମିଳିଥିବା ସୂଚନା ଅନୁଯାୟୀ ବାଇକ ର ଭାରସାମ୍ୟ ହରେଇ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ବ୍ୟକ୍ତି ଜଣକ ଦେଓଗାଁ ଅଞ୍ଚଳ ର ସୁରୁ ପୋଡ଼ ବୋଲି ଜଣା ପଡିଛି ଗୁରୁତର ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଆଜି ରାତି ୧୦ଟା ସମୟ ରେ ଭର୍ତ୍ତି କରାଇଛନ୍ତି। ସୂତ୍ର ଅନୁଯାୟୀ, ତୀବ୍ର ଗତିରେ ଗାଡ଼ି ଚାଳନା କରିବା ଫଳରେ ଏହି ଅଘଟଣ ଘଟିଥିବା ସନ୍ଦେହ ରହିଛି।