କବିସୂର୍ଯ୍ୟନଗର: କୋଦଳା ସ୍ଥିତ ନାମ ମଣ୍ଡପକୁ ଲୋକାର୍ପିତ କଲେ ଅଧକ୍ଷ
କୋଦଳା ଏନ ଏ ସି ଅନ୍ତର୍ଗତ ୱାର୍ଡ ତିନି ଖଡୁରା ସାହିରେ ନିର୍ମିତ ନାମ ମଣ୍ଡପକୁ ଲୋକାର୍ପିତ କରିଛନ୍ତି ଅଧକ୍ଷ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ । ଏହି ମଣ୍ଡପ ଜରାଜୀର୍ଣ୍ଣ ହୋଇଯାଇଥିଲା । ଅଧକ୍ଷଙ୍କ ପ୍ରଚେଷ୍ଟାରେ ପୁନଃ ଉଦ୍ଧାର କରାଯାଇଛି । ଶୁକ୍ରବାର ଦିନ ଏହି ମଣ୍ଡପର ପ୍ରତିଷ୍ଠା କରାଯାଇ ଲୋକାର୍ପଣ କରାଯାଇଛି । ସକାଳୁ ଅଧକ୍ଷଙ୍କ ସହିତ ସହ ସହ ମହିଳା ଓ ପୁରୁଷ କଳସ ଯାତ୍ରା ରେ ସାମିଲ ହୋଇଥିଲେ । ଯାଜ୍ଞଙ୍କ ପୁରୋହିତ ଙ୍କ ଦ୍ୱାରା ହୋମ ଯଜ୍ଞ କରାଯାଇଛି । ଏଥିରେ ଖଡୁରା ସାହି ସମେତ କୋଦଳା ଏନ ଏ ସି ର ଅନେକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।