ଜିଲ୍ଲାର ବିଭିନ୍ନ 5T ସ୍କୁଲ ମାନଙ୍କରେ ହେଉଥିବା ଦୁର୍ନୀତି ଓ ଅନିୟମିତତା ନେଇ ଗୁରୁତର ଅଭିଯୋଗ ଉଠିଛି। କାମେରା ମାଧ୍ୟମରେ ହେଉଥିବା କାମରେ ମଧ୍ୟ ଅନେକ ଅନିୟମ ଓ ଟଙ୍କା ଦୁର୍ନୀତି ହେଇଥିବା ଦାବି ହେଉଛି। ଏହାକୁ ନେଇ ବଲାଙ୍ଗୀର ର ଜଣେ ସଚେତନ ଯୁବକ ଜିଲ୍ଲା ପୋଲିସ ସୁପରିଣ୍ଡେଣ୍ଟଙ୍କ ଦ୍ୱାରସ୍ତ ହୋଇ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ସେ ଦାବି କରିଛନ୍ତି ଯେ 5T ମଡେଲ ସ୍କୁଲ ଗଠନର ନାମରେ କିଛି ଠିକାଦାର ଓ ଅଧିକାରୀ ମିଶି ଅନେକ ଅର୍ଥ ଅନିୟମିତ ଭାବେ ବ୍ୟୟ କରିଛନ୍ତି। ଏହି ଅଭିଯୋଗ ପରେ ପୋଲିସ ପକ୍ଷରୁ ବିଷୟଟିର ତଦନ୍ତ କରାଯାଇବାକୁ ସେ ଦାବି କରିଛନ୍ତି