ଉମରକୋଟ: ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଉମରକୋଟ ବ୍ଲକ ସ୍ଥିତ ନୂଆଗୁଡା UV -7 ର ପୂଜା ମଣ୍ଡପରେ ପହଞ୍ଚି ମାଆଙ୍କର ଦର୍ଶନ କଲେ
ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଉମରକୋଟ ବ୍ଲକ ସ୍ଥିତ ନୂଆଗୁଡା UV -7 ର ପୂଜା ମଣ୍ଡପରେ ପହଞ୍ଚି ମାଆଙ୍କର ଦର୍ଶନ କରିଛନ୍ତି । ଘଣ୍ଟ ଘଣ୍ଟା, ମନ୍ତ୍ର ଧ୍ବନିରେ ଏହି ଅଞ୍ଚଳ ପ୍ରକମ୍ପିତ ହୋଇ ଉଠୁଥିବା ବେଳେ ମାଆଙ୍କ ସନ୍ଧ୍ୟା ଆଳତୀ ଦର୍ଶନ କରିବାର ସୌଭାଗ୍ୟ ମିଳିଥିବାରୁ ମାନ୍ୟବର ମନ୍ତ୍ରୀ ନିଜକୁ ଧନ୍ୟ ମନେ କରିଛନ୍ତି।ଏହି ପବିତ୍ର ସ୍ଥାନ ଓ ଦିବସରେ ଭାରତୀୟ ଜନତା ପାର୍ଟି ର ଆଗ ଧାଡ଼ିର କର୍ମୀ ସୁଦେବ ନନ୍ଦି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ର ଏକ ଛବି ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି।