ଚିତାବେଡା ଗ୍ରାମର ମହିଳା ଦାଦନ ଖଟିବା ପାଇଁ ହାଇଦ୍ରାବାଦ ଯାଇଥିବା ବେଳେ ଅସୁସ୍ଥତା କାରଣରୁ ଗତ ଶୁକ୍ରବାର ରାତ୍ରିରେ ମୃତ୍ୟୁବରଣ କରିଥିଲା। ଠିକାଦାର ଏକ ଆମ୍ବୁଲାନ୍ସ ଯୋଗେ ଝରିଗାଁ ପଠାଇଥିଲେ। ଗତକାଲି ରାତ୍ରି ୧୧ଟା ସମୟରେ ମର ଶରୀର ଗାଁରେ ପହଞ୍ଚିବା ପରେ ଆଜି ସକାଳୁ ୧୦ ଘଣ୍ଟା ସମୟରେ ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ ହୋଇଥିଲା। ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।