ରେଢାଖୋଲ: ରେଳଷ୍ଟେସନ ନିକଟ ଛକରେ ବାଇକ ଧକ୍କାରେ ଶିକ୍ଷକ ଗୁରୁତର
ରେଳଷ୍ଟେସନ ନିକଟ ଛକରେ ବାଇକ ଧକ୍କାରେ ଶିକ୍ଷକ ଗୁରୁତର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବଉଦ ରାସ୍ତାର ରେଳଷ୍ଟେସନ ନିକଟରେ ଶନିବାର ସଂଧ୍ୟାରେ ବଇକ ଧକ୍କାରେ ଜଣେ ସ୍କୁଲ ଶିକ୍ଷକ ଗୁରୁତର ହୋଇଛନ୍ତି । ଶିକ୍ଷକ ଜଣକ ହେଲେ ଜଗତସିଂହପୁର ଜିଲ୍ଲାର ଶିବ ପ୍ରସାଦ ଗାଣ । ସେ ବଉଦ ଜିଲ୍ଲା ହରଭଙ୍ଗା ବ୍ଲକ ଛତରଙ୍ଗ ସ୍କୁଲ ରେ ଶିକ୍ଷକତା କରୁଛନ୍ତି । ତେବେ ଆଜି ଦୁଇଦିନ ସ୍କୁଲ ଛୁଟି ଥିବାରୁ ସେ ରେଢ଼ାଖୋଲ ରେଳଷ୍ଟେସନ ଛକରେ ଓହ୍ଲାଇ ଷ୍ଟେସନ କୁ ଯିବା ସମୟରେ ଏକ ଅଜଣା ବାଇକ୍ ଦ୍ରୁତ ଗତିରେ ଆସି ଧକ୍କା ଦେଇ ଫେରାର ହୋଇଯାଇଥିଲା ।