ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆରେ ଲୋକ ଉତ୍ସବର ରଙ୍ଗିନ ମାହୋଲ। ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାରମାନେ ନିଜ ନିଜ ଲୋକକଳା ପ୍ରଦର୍ଶନ କରି ଦର୍ଶକଙ୍କୁ ମୁଗ୍ଧ କରିଛନ୍ତି। କଳାକାରମାନେ କହିଛନ୍ତି—ଏଭଳି ଉତ୍ସବ ଲୋକକଳାକୁ ଜୀବନ୍ତ ରଖିବାରେ ବଡ଼ ଭୂମିକା ନେଉଛି। ଅନ୍ୟପଟେ, ଦର୍ଶକମାନେ ମଧ୍ୟ କହିଛନ୍ତି—ଲୋକ ଉତ୍ସବ ଦ୍ୱାରା ଭାରତୀୟ ସଂସ୍କୃତିକୁ ନିକଟରୁ ଦେଖିବାର ସୁଯୋଗ ମିଳୁଛି।