ଉଦଳା: ପୁରୁଣା ବାରିପଦା ସ୍ଥିତ ବିଦେଶୀ ମଦ ଦୋକାନରୁ ଲୁଟ ଉଦ୍ୟମ ହେଲା ବିଫଳ; ଜଣେ ଗିରଫ ଏବଂ ୨ଜଣ ଫେରାର
ଖୁଣ୍ଟା ଥାନା ଅଧିନ ପୁରୁଣା ବାରିପଦା ଠାରେ ଥିବା ଏକ ବିଦେଶୀ ମଦ ଦୋକାନ ଲୁଟିବାକୁ ଆସିଥିବା ଏକ ଲୁଟେରା ଦଳର ଜଣେ ସଦସ୍ୟକୁ ଖୁଣ୍ଟା ପୋଲିସ ଗିରଫ କରିବାରେ ସଫଳ ହୋଇ ଥିବା ବେଳେ ଅନ୍ୟ ୨ ଦୁବୁର୍ତ୍ତ ଫେରାର ହୋଇଯାଇଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଲେ ଯାଜପୁର ଟାଉନ ଥାନା ଅଧିନ ରାମବାର ତଳିଆ ଅଞ୍ଚଳର ୪୫ ବର୍ଷୀୟା ଦେବେନ୍ଦ୍ର ପରିଡ଼ା ବୋଲି ପୋଲିସ ପ୍ରକାଶ କରିଛି।