ବରଗାଁ ଶାନ୍ତି ରାଇସ ମିଲ ସମ୍ମୁଖରେ ଧାନ ବୋଝେଇ ଟ୍ରାକ୍ଟର କୁ ଧକ୍କା ଦେଲା କାର , ଜଣେ ଆହତ l ବରଗାଁ ଶାନ୍ତି ରାଇସ ମିଲ ସମ୍ମୁଖରେ ରବିବାର ସକାଳେ ଛିଡା ହୋଇଥିବା ଏକ ଧାନ ବୋଝେଇ ଟ୍ରାକ୍ଟର କୁ ଧକ୍କା ଦେଲା କାର । ଏହି ଦୁର୍ଘଟଣା ରେ କାର ର ଚାଳକ ଆହତ ହୋଇଛନ୍ତି । ଖବରପାଇ ପୋଲିସର ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି । ୧୫ ନଂ ରାଜ୍ୟ ରାଜପଥ ର ସମସ୍ତ ସ୍ଥାନ ରେ ବର୍ତମାନ ଶହ ଶହ ଧନ ବୋଝେଇ ଗାଡି ଦିନ ରାତି ଛିଡା ହୋଇ ରହୁ଼ଛି ଫଳରେ ଯାତାୟାତ କରୁଥିବା ଲୋକଙ୍କ ଜୀବନ ହାନି ଘଟୁଛି,ଆଗକୁ ଆହୁରି ବଡ ଧରଣ ଦୁର୍ଘଟଣା ସମ୍ଭାବନା କୁ ଏଡାଇ ହେବ ନାହିଁ ।