ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବାହାଡାଗୁଡା ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା l ଗୋଟିଏ ବାଇକ କୁ ଧକା ଦେଇଛି ବୋଲେରୋ l ଦୁର୍ଘଟଣା ରେ ବାଇକ ଚାଳକ କମା ଶାସନ ଗ୍ରାମର 40 ବର୍ଷୀୟ କେ. ରାଜା ରେଡ଼ୀ ନାମକ ବ୍ୟକ୍ତି ଗୁରୁତର ହୋଇଛନ୍ତି l ସୂଚନା ଅନୁସାରେ କେ. ରାଜା ବାଇକ ଯୋଗେ ଯିବା ସମୟରେ ବାହାଡାଗୁଡା ଢଉଗାଁ ରାସ୍ତାରେ ଗୋଟିଏ ବୋଲେରୋ ସହ ଧକ୍କା ହୋଇଥିଲା l ଦୁର୍ଘଟଣା ରେ ରାଜା ଗୁରୁତର ହୋଇଥିବା ବେଳେ ଖବରପାଇ ଧରାକୋଟ ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଉଧାରକରି ଚିକିତ୍ସା ନିମନ୍ତେ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିଲେ l