ବଲାଙ୍ଗୀର ଜିଲ୍ଲାରେ ଧାନ ମଣ୍ଡି ସମୟରେ ଖୋଲା ଯାଉ ନ ଥିବାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଭାରି ଅସନ୍ତୋଷ ଦେଖାଦେଇଛି। ଏହି ପରିସ୍ଥିତିକୁ ନେଇ କଚେରି ଛଜରେ ସ୍ଥାନୀୟ ବିଧାୟକ କଳିକେଶ ନାରାୟନ ସିଂହ ଦେଓ ପ୍ରତିକ୍ରିୟା ରଖିଛନ୍ତି। ବିଧାୟକ କହିଛନ୍ତି, ଧାନ ମଣ୍ଡି ଦେରିରେ ଖୋଲିବାରୁ ଚାଷୀମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶୀଘ୍ର ସମସ୍ତ ମଣ୍ଡି ଖୋଲାଯାଇ ଚାଷୀଙ୍କ ଧାନ କ୍ରୟ କରାଯିବାକୁ ସେ ପ୍ରଶାସନଙ୍କୁ ଦାବି କରିଛନ୍ତି।