ଅନୁଗୋଳ ଆଠମଲ୍ଲିକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯୋରଦାର ସ୍ବାଗତ କଲେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଓ ଦଳୀୟ କର୍ମୀ । ଆଜି ପୂର୍ବାହ୍ନ ୧୧ ଟାରେ ଦିନିକିଆ ଆଠମଲ୍ଲିକ ବିଧାନସଭା ଗସ୍ତରେ ବିଭିନ୍ନ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଧର୍ମେନ୍ଦ୍ର l ଆଠମଲ୍ଲିକ ମାଟିଆସାହି ପଞ୍ଚାୟତରେ ପହଞ୍ଚିଲା ପରେ ଦଳୀୟ ବିଧାୟକ ଅଗସ୍ତି ବେହେରାଙ୍କ ସହ ନେତା କର୍ମୀ ସ୍ବାଗତ କରିଥିଲେ । ପରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ।