ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ର ଜଣେ ଦାଦନ ଶ୍ରମିକ ର ମୃତ୍ୟୁ
ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ର ଜଣେ ଦାଦନ ଶ୍ରମିକ ର ମୃତ୍ୟୁ।ଶ୍ରମିକ ଜଣକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି କୁ କାମ କରିବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶ ରେ ଆସି ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣକ ହେଲେ ଝରୀଗାଁ ବ୍ଲକ ଫୁପୁଗାଁ ଗ୍ରାମପଂଚାୟତ ଅନ୍ତର୍ଗତ ଡ଼େଙ୍ଗାଗୁଡ଼ା ଗାଁ ର 22 ବର୍ଷର ଯୁବକ ନୀଳ ଗଣ୍ଡ। ଆନ୍ଧ୍ର ପ୍ରଦେଶ ର ୱାପଟଳା ଜିଲ୍ଲା ରେ ଥିବା ୱାଲୀ ୱାକୁଆ ଫ୍ୟାକ୍ଟ୍ରି ରେ କାମ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଆଜି ଆମ୍ବୁଲାନ୍ସ ଯୋଗେ ଶବ ଗାଁ ରେ ପହଂଚିବା ପରେ ଗାଁ ରେ ଶୋକାକୁଳ ପରିବେଶ ଦେଖା ଦେଇଛି। ସରକାର ଦାଦନ ଶ୍ରମିକ ରୋକିବା କୁ ଚେଷ୍ଟା