ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଠାରେ ଡମ ସମାଜର ବିଶାଳ ଦିଆଲି ସମାବେଶ,ଯୋଗଦେଲେ ୪୮ ଖଣ୍ଡ ଗାଁ ର ଗ୍ରାମବାସୀ
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଡମ ସମାଜରେ ଦିଆଲି ଭେଟଘାଟ ସମାବେଶ ଅନୁଷ୍ଠିତ ହୋଇଯାଇଛି।ଡମ ସମାଜ ସଭାପତି ବିଶ୍ୱଜିତ ଗରଡ଼ାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ମିନି ଷ୍ଟାଡିୟମ ରେ ଡମ ସମାଜ ର ଲୋକମାନେ ଏକତ୍ରିତ ହେବା ପରେ ଢେମସା ନୃତ୍ୟ ର ତାଳେ ତାଳେ ନାଚ ଗୀତ ଓ ପାରମ୍ପରିକ ବାଦ୍ୟ ଯନ୍ତ୍ର ର ଧୁମ ରେ ନାଚି ନାଚି ଆମ୍ବେଦକର ଛକ ରେ ପହଞ୍ଚିଥିଲେ,ଛକ ରେ ବାବାସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ବ୍ଲକ ପଡିଆରେ ଆୟୋଜିତ ହୋଇଥିବା ଦିଆଲି ଭେଟଘାଟ ସମାବେଶ ରେ ଯୋଗ ଦେଇଥିବା ଦିନ ୩ଟା ସମୟରେ ଦେଖିବାକୁ ମିଳିଛି।