ସୋହେଲା: କୁଡାପାଲି ଗ୍ରାମ ନିକଟରେ ଆଜି ହୋଇଥିବା ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଓ ଜଣେ ଗୁରୁତର
ସୋହେଲା ଥାନା ଅନ୍ତର୍ଗତ କୁଡାପାଲି ଗ୍ରାମ ନିକଟରେ ଘଟିଛି ସଡକ ଦୁର୍ଘଟଣା । ସୂଚନାମୂତାବକ ଆଜି 2 PM ପାଖାପାଖି ସମୟରେ କୁଡାପାଲି ଗ୍ରାମର ବେଦଵ୍ୟାସ ଭୁଏ ଓ ତାଙ୍କ ପତ୍ନୀ ମନ୍ଦାକିନି ଭୁଏ ଲୁହୁରାଚଟି ପଟୁ ମୋଟରସାଇକେଲ୍ ରେ କୁଡାପାଲି ଗଲାବେଳେ ବିପରୀତ ପଟୁ ଦୃତଗତିର ଆସୁଥିବାଏକ ବୋଲେରୋ ପିକଅପ CG06GQ9617 ସହ ଆମ୍ନସାମ୍ନ ଧକ୍କା ହେବାଯୋଗୁଁ ଘଟଣାସ୍ଥଳରେ ହିଁ ବେଦଵ୍ୟାସ ଭୁଏ ଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ରେ ସୋହେଲା ଡାକ୍ତରଖାନାକୁ ପଠାଇଥିଲେ ।