ଲୋଇସିଂହା ବ୍ଲକ ରେଙ୍ଗାଲି ଗ୍ରାମରେ ଜଣେ ମହିଳାଙ୍କ ଅସ୍ପଷ୍ଟ ପରିସ୍ଥିତିରେ ମୃତ୍ୟୁ ଘଟିଥିବା ଘଟଣା ଗ୍ରାମ ଓ ଆଞ୍ଚଳ ଭିତରେ ଚର୍ଚ୍ଚାରେ ରହିଛି। ମୃତ ମହିଳା ଜଣକ ହେଲେ ନୂଆ ଦେଇ ମଲ୍ଲିକ ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମୃତ୍ୟୁର କାରଣ ସ୍ପଷ୍ଟ ନୁହେଁ, ଯାହା ନେଇ ଅନେକ ଅନୁମାନ ଚାଲିଛି। ଘଟଣା ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳ ପହଞ୍ଚି ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପରୀକ୍ଷା ପରେ ମୃତ ଢେହକୁ ପରିବାର ଲୋକଙ୍କୁ ଆଜି ଅପରାହ୍ନ ୪ଟା ସମୟରେ ହସ୍ତାନ୍ତର କରାଯାଇଛି।