ଝାରସୁଗୁଡା ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୮ ସ୍ଥିତ ପଞ୍ଚପଡ଼ାର ବୃଦ୍ଧାଶ୍ରମ ଗସ୍ତ କରି ଓଡ଼ିଶା ସରକାରଙ୍କ ଆଇନ,ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ଅନ୍ତେବାସୀଙ୍କୁ ଶୀତ ପାଇଁ ଶାଳ ବଣ୍ଟନ କରିଛନ୍ତି। ତେବେ ଆଜି ଦିନ ଦୁଇଟା ସମୟରେ ସମୟରେ ମନ୍ତ୍ରୀ ପୃତ୍ୱୀରାଜ ହରିଚନ୍ଦନ ଙ୍କ ସହିତ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ ପ୍ରମୁଖ ଉପସ୍ଥିତ ରହି ସମସ୍ତ ବୃଦ୍ଧ ଅନ୍ତେବାସୀଙ୍କୁ ସାଲ୍ ଓ ଫଳ ବଣ୍ଟନ କରିଥିଲେ। ଏହା ସହିତ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ମନ୍ତ୍ରୀ, ବିଧାୟକ,ଜିଲ୍ଲାପାଳ ଏବଂ ଅନେକ ଅଧିକାରୀ ଉପସ୍ଥିତ ରହି ଆଲୋଚନା