ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ପୋଲିସ ଏକ ବଡ଼ ଧରଣର ସାଇବର ଠକେଇ ମାମଲା ଠାବ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ନକଲି ବିଦ୍ୟୁତ୍ ବିଲ୍ ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ୯୯,୦୦୦ ଟଙ୍କା ଠକି ନେଇଥିବା ଏହି ଆନ୍ତଃରାଜ୍ୟ ଠକ୍ ଗ୍ୟାଙ୍ଗର ୩ ଜଣ ଅଭିଯୁକ୍ତଙ୍କୁ ଚଣ୍ଡିଗଡ଼ରୁ ଗିରଫ କରାଯାଇଛି।ଗିରଫ ଅଭିଯୁକ୍ତଙ୍କ ଠାରୁ ୪ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।