କନ୍ଧମାଳ ଜିଲ୍ଲାର ରାଇକିଆ ରୋମାନ କ୍ୟାଥୋଲିକ ଚର୍ଚ୍ଚ ପକ୍ଷରୁ ଆନନ୍ଦ ଉଲ୍ଲାସରେ ପବିତ୍ର ଖ୍ରୀଷ୍ଟ ରାଜତ୍ଵ ପର୍ବ ପାଳନ କରାଯାଇଅଛି। ଏହି କ୍ରମରେ ବେରେଡ଼ାକିଆ ଛକରେ ଏକ ଦିବ୍ୟ ଯଜ୍ଞ ପ୍ରାର୍ଥନା ଉତ୍ସବ ଅନୁଷ୍ଠିତ ହୋଇ ପ୍ୟାରିସ ଅଞ୍ଚଳର ୩୦ ଗୋଟି ମଣ୍ଡଳୀ ଗୁଡ଼ିକରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ଵ ଖ୍ରୀଷ୍ଟିୟ ଶ୍ରଦ୍ଧାଳୁ ମାନଙ୍କର କ୍ୟାଣ୍ଡଲ ଶୋଭାଯାତ୍ରା ବାହାରି ମିଶନ ମେଡିକାଲ ଏବଂ କ୍ୟାଥୋଲିକ ଚର୍ଚ୍ଚ ଦେଇ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ପହଞ୍ଚିଥିଲେ, ବସ ଷ୍ଟାଣ୍ଡରେ ଆୟୋଜିତ ଏକ ପବିତ୍ର ବେଦିରେ ଦିବ୍ୟ ଯଜ୍ଞ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା ।