ବଲାଙ୍ଗୀର: ମୁରିବାହାଲ୍ ଅଞ୍ଚଳରେ ମାଁ ବାପା ଛେଉଣ୍ଡ ଝିଅକୁ ନିର୍ଯାତନା ଏସପିଙ୍କ ଦ୍ବାରସ୍ଥ ହୋଈ ପ୍ରତିକ୍ରିୟା ରଖିଲେ ଯୁବତୀ
ବଲାଙ୍ଗୀର ମା ବାପା ଛେଉଣ୍ଡ ଝିଅ କୁ ନିର୍ଯାତନା । ଏସପିଙ୍କ ଦ୍ବାରସ୍ଥ ହେଲେ ଯୁବତୀ। ବଲାଙ୍ଗୀର ମୁରିବାହାଳ ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ଆସିଛି। ଏହି ଗ୍ରାମର ପ୍ରତୀକ୍ଷା ସାହୁ ନିଜ ମା ବାପାଙ୍କ ଏକ ମାତ୍ର ସନ୍ତାନ ଅଟନ୍ତି। ତେବେ ତାଙ୍କ ମା ବାପାଙ୍କ ମୃତ୍ୟୁ ପରେ ସେ ଏକା ହୋଇ ଯାଇଥିବା ବେଳେ ତାଙ୍କୁ ସେହି ଗ୍ରାମର ଯାଦୁ ସାହୁ ଅହେତୁକ ନିର୍ଯାତନା ଦେଉଥିବାର ସେ ମୁରିବାହାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେପଟେ ପୋଲିସ୍ ଓଲଟା ତାଙ୍କୁ ଗାଳି ଗୁଲଜ କରିବା ସହ ଦୁଇ ଦୁଇ ଥର ଅଭିଯୋଗ ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା।